ଦୁନିଆରେ ସମସ୍ତଙ୍କର କେବଳ ଦୁଇଟି ପରିବାର ଥାଏ । ଗୋଟିଏ ଯାହା ସହିତ ତୁମର ରକ୍ତର ସମ୍ପର୍କ ଏବଂ ଅନ୍ୟଟି ଯାହା ସହିତ ତୁମର ରକ୍ତ ସମ୍ପର୍କ ନଥାଇ ମଧ୍ୟ ସମ୍ପର୍କ ବହୁତ ମଜଭୁତ । ଅର୍ଥାତ୍, ପ୍ରଥମ ପରିବାର ଏବଂ ଦ୍ୱିତୀୟ ବନ୍ଧୁ । ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ଦ୍ୱିତୀୟ ସାଥୀ ହେଉଛି ବନ୍ଧୁ । ଯଦି ତୁମେ ଜୀବନରେ ବନ୍ଧୁତା ଅର୍ଜନ କରିନାହଁ, ତେବେ ତୁମେ କିଛି ଅର୍ଜନ କରିନାହଁ । କାରଣ ବନ୍ଧୁ ବିନା ଜୀବନ କେବଳ ଏକ ଖାଲି କାଗଜ । ଆଉ ଖାଲି କାଗଜରେ ଲେଖିବା ପାଇଁ ଆପଣଙ୍କ ପାଖରେ କୌଣସି ମଧୁର ମୁହୂର୍ତ୍ତ ନାହିଁ ।

ବନ୍ଧୁ ଏପରି ହେବା ଦରକାର ଯାହା ସାମ୍ନାରେ ଆପଣଙ୍କୁ କିଛି କରିବା ପୂର୍ବରୁ ଟିକିଏ ବି ଭାବିବାକୁ ପଡ଼େ ନାହିଁ, ଯାହାଙ୍କ ସହିତ ଆପଣ ଆପଣଙ୍କର ସର୍ବୋତ୍ତମ ମୁହୂର୍ତ୍ତ ବିତାଇଛନ୍ତି… ଯିଏ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସର୍ବଦା ଆପଣଙ୍କ ସହିତ ରହିଥାଏ । ଜଣେ ପ୍ରକୃତ ବନ୍ଧୁ ଭାବରେ, ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କ ସାମ୍ନାରେ ହସିବା ପୂର୍ବରୁ କେବେ ଚିନ୍ତା କରିବାକୁ ପଡ଼େ ନାହିଁ, କାନ୍ଦିବା ପୂର୍ବରୁ ବିଚାରଶୀଳ ହେବାକୁ ପଡ଼େ ନାହିଁ । ଆପଣ ଆପଣଙ୍କ ଜୀବନରେ ଏମିତି ଏକ ବନ୍ଧୁ ରଖିଥିବେ ନିଶ୍ଚୟ , ଯାହାଙ୍କୁ ନେଇ ଆପଣ ସର୍ବତା ଗର୍ବ କରୁଥିବେ । ତାଙ୍କ ଖୁସିରେ ଖୁସି ହେଉଥିବେ, ଯେଉଁଠି ଇର୍ଷାର କୌଣସି ସ୍ଥାନ ନଥିବ । ବନ୍ଧୁ ତୁମର ବାପା,ମାଆ,ଭାଈ, ଭଉଣୀ,ଆତ୍ମିୟ ସୁଜନ, ସାଙ୍ଗ ସାଥି ଯିଏ ବି ହେଇପାରେ ….