Oplus_131072

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଲମ୍ବା ଧାଡ଼ି। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବର ପୀଠ ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି।

ଆଉ କିଛି ଯାଗାରେ କାଉଡ଼ିଆଙ୍କ ଉତ୍ପାତିଆ ସ୍ଵଭାବ ଦେଖିବାକୁ ମିଳୁଛି। ଡିଜେର ତାଳେ ତାଳେ ରାସ୍ତାକୁ କଭର କରି ଚାଲିବା ହେଉ ବା ଯିବା ବାଟରେ ମଝିରେ ମଝିରେ ମଦ, ଗଞେଇ ସେବନ ହେଉ ଏହା ଶିବ ଭକ୍ତଙ୍କୁ ଆଘାତ ଦେଉଛି । କାଉଡ଼ିଆ ନାମରେ ଏସବୁରୁ ନିବୃତ ରହିବାକୁ ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *