ସମ୍ପ୍ରତି ବନ୍ୟାରେ ପ୍ରଭାବିତ ମଲ୍ଲିକାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଟିମ୍ ଗୌତମ ରାୟ ପକ୍ଷରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ବନ୍ୟା ବିପନ୍ନ ପରିବାରମାନଙ୍କୁ ଚୁଡ଼ା, ଗୁଡ଼, ବିସ୍କୁଟ, ପିଇବା ପାଣି ସହ ଅନ୍ୟାନ୍ୟ ଆବଶ୍ୟକ ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମରେ ଚୌଧୁରୀ ଦାସ, ସନାତନ ଦାସ, ସୀତାକାନ୍ତ, ସଞ୍ଜୟ, ଉତ୍କଳ, ଟାଇଗର, ଶୁଭମ, ରାଜା, ବିଟୁ, ଅମର ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ। ଟିମ୍ ସଦସ୍ୟମାନେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ଆଗାମୀ ଦିନରେ ମଧ୍ୟ ସହାୟତା ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସ୍ଥାନୀୟ ଲୋକମାନେ ଟିମ୍ ଗୌତମ ରାୟଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ସମୟୋପଯୋଗୀ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
