ଯାଜପୁର, ୨୬ ଅକ୍ଟୋବର: ଯାଜପୁର ଜିଲ୍ଲାର ଧର୍ମଶାଳାସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ବିଜେପି ଯାଜପୁର ଜିଲ୍ଲା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ସହ-ପ୍ରଭାରୀ ଡଃ ସ୍ୱଦେଶ ସିଂ, ପ୍ରଦେଶ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି, ହସ୍ତଶିଳ୍ପ ଓ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବିଜେପି ଯାଜପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ,ଯାଜପୁର ବିଧାନସଭା କ୍ଷେତ୍ରର ନେତା ତଥା ବାଲେଶ୍ବର ସାଂଗଠନିକ ଜିଲ୍ଲା ପ୍ରଭାରୀ ଶ୍ରୀ ଗୌତମ ରାୟ, ବରୀର ନେତା ଶ୍ରୀ ଉମେଶ ଜେନା ଏବଂ ବିଞ୍ଝାରପୁରର ନେତ୍ରୀ ଶ୍ରୀମତୀ ବବିତା ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
କର୍ମଶାଳାରେ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା, ଜନସାଧାରଣଙ୍କ ସ୍ୱରକୁ ଗୁରୁତ୍ୱ ପ୍ରଦାନ, ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଏବଂ ବିଜେପିର ଜନହିତକାରୀ ନୀତି ଓ ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ଏବଂ ସାଂଗଠନିକ ଶକ୍ତି ବୃଦ୍ଧି ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଏହି କର୍ମଶାଳାରେ ଆହ୍ୱାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *