ଆଜିର ଦିନଟି ବସନ୍ତ ଋତୁର ଆଗମନକୁ ସୂଚାଏ।ପ୍ରକୃତି ନୂତନ ରୂପ ଧାରଣ କରେ। ପୁରାଣ ଅନୁସାରେ ଆଜିର ଦିନରେ ମା, ସରସ୍ଵତୀ ଜନ୍ମଗ୍ରହଣ କରିଥିବାରୁ ଏହାକୁ ତାଙ୍କର ଜନ୍ନ ଉତ୍ସ ଭାବେ ପାଳନ କରାଯାଏ।ମା ହଂସ ବାହିନୀ,ହଂସ ‌କ୍ଷୀର ଓ ଜଳକୁ ପୃର୍ଥକ କରିପାରେ।ଏହା ମଣିଷକୁ ଭଲ ମନ୍ଦ ମଧ୍ୟରେ ପାର୍ଥକ୍ୟ ବୁଝିବାର ଶକ୍ତି ଶିଖାଏ। ମା’ଙ୍କ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ ଏହା ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ବିସ୍ତାର କରିବାରେ ଏକ ସଂକଳ୍ପ। ମା’ଙ୍କ ଆଶୀର୍ବାଦ ରେ ସମସ୍ତଙ୍କର ବୁଦ୍ଧି ନିର୍ମଳ ହେଉ ଓ ସମାଜର ମଙ୍ଗଳ ପାଇଁ କାର୍ଯ୍ଯ କରୁ ମା’ଙ୍କ ପାଖରେ ପ୍ରାର୍ଥନା 🙏🏼।

ସମସ୍ତଙ୍କୁ ଅସରନ୍ତି ଶୁଭେଚ୍ଛା।

  • ସୁଲଗ୍ନା ମହାନ୍ତି
  • ଓଡିଶା ନଟ ଆଉଟ

Leave a Reply

Your email address will not be published. Required fields are marked *