ଯାଜପୁର: ଲଗାଣ ବର୍ଷା ଯୋଗୁଁ କାଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଫଳରେ କଣ୍ଟାପଡ଼ା ଠାରେ ସମ୍ଭାବ୍ୟ ବିପଦର ଆକଳନ କରିବା ପାଇଁ ବରିଷ୍ଠ ବିଜେପି ନେତା ଶ୍ରୀ ଗୌତମ ରାୟ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି।

ପରିଦର୍ଶନ ସମୟରେ ଶ୍ରୀ ରାୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ସ୍ଥିତିର ସମୀକ୍ଷା କରିବା ସହିତ ଅତଡ଼ା ସୁରକ୍ଷା, ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଶୀଘ୍ର ଆବଶ୍ୟକ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଉଥିବା ସୂଚନା ମିଳିଛି।

ଏହି ଅବସରରେ ଶ୍ରୀ ରାୟ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରି ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ସୁରକ୍ଷା ହିଁ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ରାୟ କହିଥିଲେ।

Leave a Reply

Your email address will not be published. Required fields are marked *