ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ପିତା ତଥା ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ସଂଗଠକ ସ୍ୱର୍ଗତ ସନାତନ ନନ୍ଦଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀ ଗୌତମ ରାୟ ଯୋଗଦେଇ ସ୍ୱର୍ଗତ ସନାତନ ନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସ୍ୱର୍ଗତ ନନ୍ଦଙ୍କ ସାମାଜିକ ଓ ସାଂଗଠନିକ ଜୀବନର ଅବଦାନକୁ ସ୍ମରଣ କରି କହିଥିଲେ ଯେ, ସମାଜ ଓ ସଂଗଠନ ପ୍ରତି ତାଙ୍କର ନିଷ୍ଠା, ସେବାଭାବ ଏବଂ ଆଦର୍ଶ ସର୍ବଦା ସ୍ମରଣୀୟ ହୋଇ ରହିବ।

ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦର ବହୁ କର୍ମକର୍ତ୍ତା, ସାମାଜିକ କର୍ମୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ସନାତନ ନନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଉପସ୍ଥିତ ସମସ୍ତେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *