Oplus_131072

ଯାଜପୁର: ଏମିତି ଏକ ମୃତ୍ୟୁ, ଜାହା ଅଜଣା ଲୋକକୁ ବି ଶୋକ ସାଗରରେ ଭସାଇ ଦେବ। ଅତ୍ୟନ୍ତ ଅପ୍ରତ୍ୟାଶିତ, ଅତ୍ୟନ୍ତ ମର୍ମନ୍ତୁଦ, ଅତ୍ୟନ୍ତ ଅସହନୀୟ ଓ ଅତ୍ୟନ୍ତ ବେଦନାଦାୟକ। ଯାଜପୁର ଜିଲ୍ଲା   ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତ ମାନସିଂହପାଟଣା ନିବାସୀ ଷ୍ଟିମର ପଣ୍ଡା (ସିଲୁ) ଓ ତାଙ୍କ ବାପା ଙ୍କ ଅକାଳ ବିୟୋଗ ଘଟିଛି। ମଙ୍ଗଳପୁର ସ୍ଥିତ ଗାୟତ୍ରୀ ଷ୍ଟୁଡିଓର ମୁଖ୍ୟ ସିଲୁ ପଣ୍ଡା ଜଣେ କର୍ମଠ ଓ ବନ୍ଧୁ ବତ୍ସଳ ଯୁବକ ଭାବେ ସବୁରୀ ପ୍ରିୟ ଥିଲେ। ଗତକାଲି ଜଣେ ଯୁବକ ବିଷ ପିଇ ଦେଇଥିଲା ଏବଂ ଏହି ଖବର ପାଇବା ମାତ୍ରେ ସିଲୁ ସେହି ଯୁବକକୁ ଧରି ଡାକ୍ତରଖାନା ନେଇଥିଲେ। ବିଷର ଜ୍ୱାଳାରେ ଖୁବ୍ ଜୋରରେ ଛଟପଟ ହେଉଥିବା ସେହି ଯୁବକର ଗୋଟାଏ ଗୋଇଠା ସିଲୁଙ୍କ ଛାତିରେ ବାଜିଥିଲା। ତାପରେ ସେ ଘରକୁ ଫେରି ଆସି ବିଶ୍ରାମ ନେଇଥିଲେ। କିଛି ସମୟ ପରେ ପୁଣି ଛାତି ଯନ୍ତ୍ରଣା ହେବାରୁ ପ୍ରଥମେ ମଙ୍ଗଳପୁର ମେଡିକାଲ ପରେ ଯାଜପୁର ସଦର ମହକୁମା ମେଡିକାଲ ଯାଇଥିଲେ। ସେଠାରେ ଡ଼ାକ୍ତର ସିଲୁ ଙ୍କୁ ମୃତ ଘୋଷଣା କରିଥିଲେ।

କଥାରେ ଅଛି ଦୁଃଖ ଯେତେବେଳେ ଆସେ ପୁରା ପରିବାରକୁ ସାଥିରେ ନେଇ କି ଆସେ ! ଘରର ଭେଣ୍ଡିଆ ପୁଅର ଏମିତି ମୃତ୍ୟୁ ସମ୍ବାଦ ଶୁଣି ସହି ପାରିନଥିଲେ ତାଙ୍କ ବାପା। ନିଜ ବାଡ଼ି ପଛ ଗଛରେ ଫାଶୀ ଲଗାଇ କରିଦେଲେ ଆତ୍ମହତ୍ୟା !! ଏବେ ପୁରା ଗାଁ ନିର୍ବାକ, ସମସ୍ତେ ହତବାକ୍ ହୋଇଯାଇଛନ୍ତି।

ଏ ଖବର ପାଇ ଯାଜପୁର ର ଜନ ମାନସର ନେତା ତଥା ଯାଜପୁର ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ତାଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଟୁ ସେନାପତି, ଚିତ୍ତରଞ୍ଜନ ସାମଲ, ସବ୍ୟସାଚୀ ଦାସ , ଇନ୍ଦ୍ରଜିତ ଦାସ, ସତ୍ୟଜିତ ସାମଲ, ବିଭୂତି ଭୂଷଣ ପଣ୍ଡା,ପ୍ରିୟାଂଶୁ ପଣ୍ଡା, ସୀତାକାନ୍ତ ଦାସ,ସଂଜିତ୍ ମଲ୍ଲିକ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *