ସୋର:(ସନ୍ଦୀପ ସନ୍ଧି ବିଗ୍ରହ) ଭାରତର ଯଶସ୍ଵି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଆହ୍ବାନ କ୍ରମେ ସୋର ବବିଧାନସଭାରେ ଯୁବମୋର୍ଚ୍ଚା ନେତୃତ୍ୱରେ ୧୦୦ ମିଟରର ଏକ ତ୍ରିରଙ୍ଗା ଶୋଭାଯାତ୍ରା ସୋର ରେଲୱେ ଷ୍ଟେସନ ଠାରୁ ଟାଉନ ହଲ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଅଛି । ଏହି ଶୋଭାଯାତ୍ରାରେ ସୋର ବିଧାନସଭା ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ମ୍ୟୁନିସିପାଲଟିରୁ ୧୦୦୦ ରୁ ଉର୍ଦ୍ଧ୍ ସଂଖ୍ୟାରେ ଯୁବକ ଓ ସାଧାରଣଲୋକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ତତ୍ ସହିତ ମ୍ୟୁନିସିପାଲଟ ଟାଉନ ହଲ ଠାରେ ସାଧାରଣ ସଭା ଆୟୋଜିତ ହୋଇଥିଲା , ଏହି କାର୍ଯ୍ୟକ୍ରମରେ ସୋର ଅଞ୍ଚଳରେ ଅବସର ପ୍ରାପ୍ତ ସେନା ଅଧିକାରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଧନା କରାଯାଇଥିଲା। ଏଥି ସହିତ ତ୍ରିବେଣୀ କଳାକେନ୍ଦ୍ର ଓ ପୁରବାଇ କନ୍ୟାଶ୍ରମର କୁନିକୁନି କଳାକାର ମାନେ ଦେଶାତ୍ମକ ବୋଧକ ସଙ୍ଗୀତରେ ନୃତ୍ୟ ପରିବେଶଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୋରପୂର୍ବତନ ବିଧାୟକ ପର୍ଶୁରାମ ଧଡା ଜିଲ୍ଲା ଯୋବାମୋର୍ଚ୍ଚ ସଭାପତି ରାଜେଶ ମହାପାତ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଯାଜପୁର ପ୍ରଭାରୀ ଶଶିକାନ୍ତ ମିଶ୍ର , ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ବେହେରା , ନଳିନୀ ମହାନ୍ତି, ମନୋରଞ୍ଜନ ବେହେରା, ଲକ୍ଷ୍ମୀଧର ତରାଇ, ମନିଷା ଚିନ୍ମୟୀ ବେହେରା, ପୂଜା ତରାଇଙ୍କ ସହିତ ସମସ୍ତ ପାରିଷଦ ତଥା ସମସ୍ତ ମଣ୍ଡଳ ସଭାପତି ଓ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଜୟନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Oplus_131072 