Oplus_131072

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହା ଭିତରେ କମିସନରେଟ୍‌ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡ୍‌ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।
ଏଣେ ଏହି ଘଟଣାକୁ ଜାତୀୟ ମହିଳା କମିସନ(ଏନ୍‌ସିଡବ୍ଲ୍ୟୁ) ଗୁରୁତ୍ବର ସହ ନେଇଛନ୍ତି। ମାମଲାକୁ ଗୋଟିଏ ସପ୍ତାହ ବିତିବାକୁ ବସିଥିବା ବେଳେ କମିସନରେଟ୍‌ ପୁଲିସ କି କି ପଦକ୍ଷେପ ନେଇଛି, ସେସବୁର ବିସ୍ତୃତ ରିପୋର୍ଟ ଦେବାକୁ ନୋଟିସ୍‌ ଜରିଆରେ ଡିଜିପି ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ମଗାଯାଇଛି। ୩ ଦିନ ମଧ୍ୟରେ ଏହି ରିପୋର୍ଟ ଦେବାକୁ ଏନ୍‌ସିଡବ୍ଲ୍ୟୁ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *