ବାଲେଶ୍ୱର: ବିଭିନ୍ନ ସମୟରେ ଦେଖିବାକୁମିଳେ ଯେ କୌଣସି ଗୋଟିଏ ବଡ଼ ଧରଣର ଘଟଣାଟି ଘଟେ ସେତେବେଳେ ବଡ଼ବଡ଼ ଅଧିକାରୀମାନେ ଅତି ଚତୁରତାର ସହ ଦୋଷମୁକ୍ତ ହୋଇ ଖସିଯିବାର ଅନେକ ନଜିର ରହିଛି l ହେଲେ ଛନ୍ଦି ହୋଇପଡିଥାନ୍ତି କେବଳ ତଳ ତଳିଆ କର୍ମଚାରୀ ମାନେ l ଠିକ ଏହିପରି ଏକ ଘଟଣା ଅତି ନିକଟରେ ଘଟିଯାଇଛି ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ଉପଖଣ୍ଡ କୁଲଢିଆ ଅଭୟାରଣ୍ୟରେ ବହୁ ଚର୍ଚ୍ଚିତ ହାତୀ ଶିକାର ଘଟଣା l ଯାହାକି ଏବେ ଏକ ଭିନ୍ନ ମୋଡ଼ ନେବା ସହିତ, ଦିନକୁ ଦିନ ଅନେକ ରୋଚକ ଓ ରହସ୍ୟମୟ କଥା ପର୍ଦ୍ଧାଫାଶ ହେବାକୁ ଲାଗିଛି l ଫୋନ୍ ରେକଡିଂ ଠୁଁ ଆରମ୍ଭ କରି ମୁଲଚାଲର ଅଡିଓ ଭିଡିଓ ଜୈନିକ ଗଣମାଧ୍ୟମ ହସ୍ତଗତ ହେବା ପରେ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ଗିରଫ ହେବାର ଭୟ ନିଦ ହଜେଇ ଦେଲାଣି , ଏପରିକି କିଛି ଅଧିକାରୀ ଗିରଫ ହେବା ଭୟରେ ରାଜଧାନୀ ଭୁବନେଶ୍ୱରରେ ଡେରାପକାଇ ଥିବା ବିଶେଷ ସୂତ୍ରରୁ ଖବର ହସ୍ତଗତ ହୋଇଛି l ଘଟଣାଟି ହେଉଛି ଚଳିତ ବର୍ଷ ଜୁନ ଓ ଜୁଲାଇ ମାସରେ କୁଲଢିଆ ଅଭୟାରଣ୍ୟରେ ପର୍ଯ୍ୟାୟ କ୍ରମେ ୨ଗୋଟି ହାତୀର ମୃତ ଶରୀର କିଛି ଅଂଶ ହସ୍ତଗତ ହୋଇଥିଲା l
ଯାହାକି ଅଭୟାରଣ୍ୟରେ ଶିକାରୀଙ୍କ ଦ୍ୱାରା ହାତୀ ଶିକାର କରାଯାଇଥିବା କଥା ସ୍ପଷ୍ଟ ହୋଇଥିଲା,ଏହାପରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇ ସର୍ବିଶେଷ ତଥ୍ୟ ସଂଗ୍ରହ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସବୁଜବାହିନୀର ଚାରି କର୍ମକର୍ତ୍ତା ଏବଂ ଜଣେ ବନରକ୍ଷୀ ପଦ୍ମଲୋଚନ ପାତ୍ରଙ୍କ ଉପରେ ମୋକଦ୍ଧମ୍ମା ରୁଜୁ କରାଯାଇ ଜେଲ ହାଜତକୁ ପଠାଇ ଦିଆ ଯାଇଛି l ତେବେ ସେମାନେ କେତେ ଦୋଷୀ ଓ ନିର୍ଦୋଷୀ ତାହା ଆଗାମୀ ଦିନରେ କୋର୍ଟ ବିଚାର କରିବେ ହେଲେ ବର୍ତ୍ତମାନ ସ୍ଥିତିରେ ହାତୀ ଶିକାର କରିଥିବା ଶିକାରୀ ଏଯାବତ ଗିରଫ ନହେବା ସିଧାସଳଖ ବନଖଣ୍ଡ ଅଧିକାରୀଙ୍କ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? କଥାରେ ଅଛି ପରିବାର ମୁରବି ହେଉଛନ୍ତି ବାପା l ପୁଅ ଟିଏ ଦୋଷ କଲେ ଯେପରି ଜବାବ ଦେହି ବାପାଙ୍କୁ ଦେବାକୁ ପଡେ ସେହିପରି ଉକ୍ତ ଘଟଣାର ମୁଖ୍ୟ ଅର୍ଥାତ ବନଖଣ୍ଡ ଅଧିକାରୀ ଖୁଶୱନ୍ତ ସିଂ ହେଉଛନ୍ତି ଜବାବ ଦେହି, ହେଲେ ସେ ଗଣମାଧ୍ୟମକୁ ସାମ୍ନା କରିବାକୁ ସତସାହସ ଜୁଟାଇ ପାରୁ ନାହାଁନ୍ତି କାହିଁକି ? ଘଟଣା ସମ୍ପର୍କରେ ବହୁ ଗଣମାଧ୍ୟମ ଯୋଗାଯୋଗ କରୁଥିଲେ ବି କିଛି ନକହିବାକୁ କହି ଏଡାଇଦେଉଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ମତାମତ ଅନୁଯାଇ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ନେଇ ସନ୍ଦେହ ସୃଷ୍ଟି ହେବା ଆରମ୍ଭ ହେଲାଣି l ସବୁଠାରୁ ବଡ଼କଥା ଜ଼ିଲ୍ଲା ବନଖଣ୍ଡ ଅଧିକାରୀଙ୍କର କୁଆଡେ ପୋଲିସ ପ୍ରଶାସନ ସହ ଅତି ନିବିଡ଼ ସମ୍ପର୍କ ଅଛି,ତେଣୁ ତାଙ୍କର କୌଣସି କଥାକୁ ଖାତର ନାହିଁ କି ପରବାୟ ନାହିଁ ବୋଲି କହିବୁଲୁଥିବା ନଜର ଆସିଛି l ବନଖଣ୍ଡ ଅଧିକାରୀଙ୍କ ହାତବାରିଷି ସାଜିଥିବା କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ଦ୍ୱାରା ପ୍ରକାଶିତ ଖବର ଅନୁଯାଇ ଜାଣିବାକୁ ମିଳୁଛି ଯେ ବିଗତ ଦେଢ଼ବର୍ଷ ମଧ୍ୟରେ ଉକ୍ତ ଅଭୟାରଣ୍ୟରେ ସର୍ବମୋଟ ୧୨ଗୋଟି ହାତୀଙ୍କର ମୃତ୍ୟୁ ଘଟିଛି, ହେଲେ ତନ୍ମଧ୍ୟରୁ ୨ଗୋଟି ହାତୀକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବେଳେ ଅନ୍ୟ ୧୦ଗୋଟି ହାତୀ ମୃତ ହୋଇଥିବା ଅବଗତ ଥିବା ପରେ ମଧ୍ୟ ଉକ୍ତ ଅଞ୍ଚଳ ମାନଙ୍କରେ ଦାୟିତ୍ୱରେ ଥିବା ବନରକ୍ଷୀ କିମ୍ବା ଅନ୍ୟ ଅଧିକାରୀ ମାନଙ୍କ ଉପରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବନଖଣ୍ଡ ଅଧିକାରୀ ଶ୍ରୀ ସିଂଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଧେଶ କରୁଛି l ଜାଣିଶୁଣି କୌଣସି ଅକ୍ରୋଶ ରଖି ବନରକ୍ଷୀ ଶ୍ରୀ ପାତ୍ରଙ୍କୁ ଫସେଇ ମାମଲାରେ ଛନ୍ଦିବାକୁ ଚେଷ୍ଟା କରାଯାଉନାହିଁ ତ ? ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ନଚେତ କାହା ଚାପରେ ବଶବର୍ତ୍ତୀ ହୋଇ ସମସ୍ତ ଘଟଣାରେ ନିଜର ସମ୍ପୃକ୍ତି କୁ ନେଇ ନିରବ ରହୁଛନ୍ତି କି ଶ୍ରୀ ସିଂ ? ନିଜର ଦୋଷକୁ ଅନ୍ୟ ଉପରେ ଲଦିଦେଇ ଚତୁର ସହକାରେ ଖସି ଯିବାକୁ ଚେଷ୍ଟା କରୁନାହାନ୍ତି ତ ? ଏଭଳି ଅନେକ ପ୍ରଶ୍ନ ନୀଳଗିରି ବାସୀଙ୍କ ସମେତ ବାଲେଶ୍ୱର ଜନସାଧାରଣଙ୍କ ମହଲରେ ଚର୍ଚ୍ଚା ଯୋର ଧରିଛି ! ବଡ଼ ମୂଷାଙ୍କୁ ଖସାଇବାକୁ ଯାଇ ଅବା ନିଜେ ବଡ଼ ଧରଣର ଘଟଣାରୁ ଖସିବାକୁ ଯାଇ ଛୋଟ ମୂଷା (ବନରକ୍ଷୀ )ଭଳି ଲୋକ ମାନଙ୍କୁ ବଳି ଚଢ଼ାଉ ନାହାଁନ୍ତି ତ ଶ୍ରୀ ସିଂ ? ଏଣୁ ନୀଳଗିରି ବାସୀଙ୍କ ପକ୍ଷରୁ
ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଖୁଶୱନ୍ତ ସିଂ, ରେଞ୍ଜର ମନୋଜ ନାୟକ, ବନପାଳ କିଶୋର ଚନ୍ଦ୍ର ଭୂଇଁୟା ଓ ପଦ୍ମାବତୀ ବେହେରାଙ୍କୁ ଆଇନର ତଦନ୍ତ ପରିସର ଭିତରକୁ ଆଣିବା ସହିତ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ପିସିସିଏଫ ଭୁବେନେଶ୍ୱର ତଥା ଜଙ୍ଗଲମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି l ଏଥିସହ ଅଧିକାରୀଙ୍କ ହାତବାରିଷି ସାଜିଥିବା କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଜରିଆରେ ଭୁଲ ତଥ୍ୟ ପ୍ରକାଶନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *