ବିଜେଡିରେ ଆଉ ଦେଖିବାକୁ ମିଳୁନାହିଁ ବବିଙ୍କ ମାମଲତି।
ନିର୍ବାଚନରେ ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ । ବିଜୁ ଜନତା ଦଳର ୨୫ ବର୍ଷର ଶାସନର ଆଣ୍ଟା ଭାଙ୍ଗିବା ପରେ ନବୀନ ଯେମିତି ଏବେ ଫୁଲ୍ ଆକ୍ସନରେ । ଆଉ କାଳ ପଡ଼ିଛି ବବି ଓ ମନସ ମଙ୍ଗରାଜଙ୍କ ଉପରେ । ସବୁଥିରୁ ଏମାନେ ହେଉଛନ୍ତି ଆଉଟ୍ । ଗତ ୨୫ ତାରିଖରେ ବିଜେଡି ତିନିତିନିଟି କମିଟି ଘୋଷଣା କରିଥିଲା ସୁଦ୍ଧା କେଉଁଥିରେ ସ୍ଥାନ ମିଳିନାହିଁ ବବି ଓ ମାନଙ୍କୁ।

