ଭୁବନେଶ୍ବର: ବିଜେଡିରୁ ପୁଣି ଜଣେ ଚର୍ଚ୍ଚିତ ନେତା ବିଦାୟ ନେଇଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ସଭ୍ୟ ସଂଗ୍ରହ ଅଭିଯାନ ଜାରି ଥିବା ବେଳେ ଦଳରୁ ନେତା ମୁହଁ ଫେରାଉଛନ୍ତି। କଟକ ଜିଲ୍ଲାରୁ ଦଳର ଜଣେ ଜଣାଶୁଣା ନେତା ଶଙ୍ଖ ଛାଡ଼ି ଦେଇଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ଗୁରୁବାର ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବ‌ିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତେବେ ପ୍ରକାଶ ବେହରାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ଏନେଇ ଜଣାପଡ଼ି ନାହିଁ। ସମ୍ଭବତଃ ଏବାବଦରେ ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିପାରନ୍ତି।

Leave a Reply

Your email address will not be published. Required fields are marked *