ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଲିମ୍ପିକ୍ସ ୨୦୩୬ ପାଇଁ ଭାରତ ବିଡ୍ ଦାଖଲ କରିଛି। ଅକ୍ଟୋବର ୧, ୨୦୨୪ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଉଦ୍ଦେଶ୍ୟପତ୍ର ପ୍ରଦାନ କରିଥିବାରୁ ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଭାରତର ଅହମଦାବାଦରେ ଏହାର ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଗତବର୍ଷ ଅର୍ଥାତ୍ ଅକ୍ଟୋବର ୨୦୨୩ରେ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ୧୪୧ତମ ଅଧିବେଶନ ଆୟୋଜନ କରିଥିଲା। ତିନି ଦିନିଆ ଏହି ଅଧିବେଶନ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *