ଯାଜପୁରର ବିରଜା ହାଟକୁ ପୁନଃ ପ୍ରତିଷ୍ଠା ଉଦ୍ୟମକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରସଙ୍ଗରେ ଆଜି ସାମ୍ନାକୁ ଆସିଲା ନଭେମ୍ବର ୧୪ର ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ। ୫ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ ଆଜି ପ୍ରକାଶ କରାଯାଇଛି। ତଦନ୍ତ ରିପୋର୍ଟରେ ୧୦୦ ବର୍ଷ ହେଲା ହାଟ ଚାଲିଥିବାରୁ ଭାବାବେଗ ସହ ଜଡ଼ିତ ଉଲ୍ଲେଖ ହୋଇଛି । ଏହା ସହ ବ୍ୟବସାୟୀଙ୍କ ଇଚ୍ଛା ବିରୋଧରେ ହାଟ ସ୍ଥାନାନ୍ତରିତ ହୋଇଥିଲା ବୋଲି ଦର୍ଶାଯାଇଛି।
ସେଥିରେ ଆଉ ମଧ୍ୟ ଉଲ୍ଲେଖ ହେଇଛି ଯେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ବ୍ୟବସାୟୀ ପ୍ରତିବାଦ କରୁ ନ ଥିଲେ । RMC ଦ୍ୱାରା ସଂଗୃହିତ ରାଜସ୍ୱ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ବ୍ୟବସାୟ କମି ଯାଇଥିବାରୁ ରାଜସ୍ୱ ଆଦାୟ ହୋଇପାରୁ ନ ଥିଲା । ବିରଜା ପ୍ରକଳ୍ପର ବାଧା ସୃଷ୍ଟି ନ କରି ହାଟ ପୁରୁଣା ସ୍ଥାନକୁ ଅଣାଯାଇଥିଲା।
ସୂଚନଯୋଗ୍ୟ; ବିରଜା ପରିକ୍ରମା ପ୍ରକଳ୍ପ ନିମନ୍ତେ ୨ଶହ ବର୍ଷର ବିରଜା ହାଟକୁ ଗତ ବର୍ଷ ଜାନୁୟାରୀରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିରଜା ହାଟର ପୁନଃଅବସ୍ଥାନକୁ ନେଇ ସପକ୍ଷ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ ।ଗୋଟିଏ ଗୋଷ୍ଠୀ ହାଟକୁ ପୁରୁଣା ସ୍ଥାନରେ ରଖିବାକୁ ଦାବି କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ନୂଆ ସ୍ଥାନରେ ହାଟ କରିବାକୁ ସମର୍ଥନ କରୁଥିଲେ ।