ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଜାନୁଆରୀରେ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଜାନୁଆରୀରେ ମିଳିବ। ଡିସେମ୍ବର ୩୦ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ସରିବ ଏହା ପରେ ହିତାଧିକାରୀଙ୍କୁ ଜାନୁଆରୀରେ ସୁଭଦ୍ରା ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହା ସହ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ । ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରିବାକୁ ପଡ଼ିବ ।