
ଜାତୀୟ ଶିକ୍ଷାନୀତି ଶିକ୍ଷା ହେଉଛି ଶକ୍ତି, କାହିଁ କେଉଁ କାଳରୁ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି’ । ରାଜ୍ୟରେ ଲାଗୁ ହେବ NEP, ଫୋକସରେ ରହିବେ ୩-୮ ବର୍ଷର ପିଲା । ମୌଳିକ ସାକ୍ଷରତା ଉପରେ ଅଧିକ ଗୁରୁତ୍ବାରୋପ ଦିଆଯିବ। ଶିକ୍ଷା ପାଇଁ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପୁର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ବ ଦେଉନଥିଲେ । ପ୍ରାଥମିକ ସ୍କୁଲ ନସଜାଡି ହାଇସ୍କୁଲକୁ ସ୍ମାର୍ଟ କରୁଥିଲେ । ସ୍କୁଲ କାନ୍ଥରେ ରଙ୍ଗ ଦେଲେ ଶିକ୍ଷାର ରୁପାନ୍ତର ହୁଏନି । ପୂର୍ବରୁ ଗୋଟିଏ କକ୍ଷରେ ୩-୪ଟି ଶ୍ରେଣୀର ପିଲା ବସି ପଢ଼ୁଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାଗଣ୍ଡ, ଶିକ୍ଷା ସଚିବ ଶାଳୀନ ପଣ୍ଡିତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସୂଚନା ଯୋଗ୍ୟ; ଏହି କର୍ମଶାଳା ଆଗାମୀ ୩ ଦିନ ଧରି ଅନୁଷ୍ଠିତ ହେବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି-୨୦୨୦ (ଏନଇପି) ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବ । ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ପିଲାଙ୍କ ବୟସ ସେପ୍ଟେମ୍ବର ସୁଦ୍ଧା ୬ବର୍ଷ ହୋଇଥିବା ବାଧ୍ୟତାମୂଳକ । ଏହା ସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ । ଏଠାରେ ୫ରୁ ୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ ।
