୨୦୦୮ ମସିହା ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଅଣଅନୁଦାନ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନ ନୀତି ପ୍ରଣୟନ ଦାବିରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ମିଳିଛି।
ସଂଘ ଅଭିଯୋଗ ଅନୁସାରେ ୨୦୦୮ ମସିହା ଜୁନ ୧ ତାରିଖ ଠାରୁ ୨୦୧୮ ମସିହା ଜୁନ ୧ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ହୋଇଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ନିଜ ଦାୟିତ୍ଵ ସଂପନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୬୯ ମସିହା ଶିକ୍ଷାନୀତି ପ୍ରଣୟନ ରୁ ପ୍ରତି ୫ ବର୍ଷରେ ଥରେ ଅନୁଦାନ ତଥା ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ( ଜି ଆଇ ଏ ) ପ୍ରଦାନ କରାଯାଉଥିବା ବେଳେ ୨୦୧୪ ମସିହା ଠାରୁ ଆଉ ନୂତନ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ । ଏଥ୍ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ।