
ସୂଚନା ଯୋଗ୍ୟ; ଜୁନ ୨୭, ୨୦୨୧ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ପ୍ରବୀଣ ଧୁରିଆ ଦୁର୍ବୃତ୍ତର ଟାଙ୍ଗିଆ ଚୋଟରେ ମୃତ୍ୟୁବରଣ କରିଥିଲେ। ପ୍ରବୀଣ ଧୁରୁଆ ସକାଳେ ତାଙ୍କ ଘରକୁ ଯାଇ ମଦ୍ୟପାନ କରିବା ଲାଗି ୧୦୦ଟଙ୍କା ମାଗିଥିଲା । ଏହାକୁ ନେଇ ଦୁର୍ବୃତ୍ତ ଓ ପ୍ରଫେସର ନାଏକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହେବା ପରେ ଦୁର୍ବୃତ୍ତ ଜଣଙ୍କ ଟାଙ୍ଗିଆରେ ଗୋଟିଏ ଚୋଟ ମାରିଥିଲା । ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
