
ଗତବର୍ଷ ସେପ୍ଟେମ୍ବର ୧୪ ତାରିଖଦିନ ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ସେମାନେ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ସେଠାରେ ବି ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଥିଲେ ମେଜର ଓ ତାଙ୍କ ବାନ୍ଧବୀ । ଏହା ପରେ ଏହି ମାମଲାର ତଦନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ସି ଆର୍ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କୁ ତଦନ୍ତଭାର ଦିଆଯାଇଥିଲା ।
