
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ନୂଆଦିଲ୍ଲୀ ଆସନରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଜଙ୍ଗପୁରୀ ଆସନରୁ ଆପ ପ୍ରାର୍ଥୀ ମନିଷ ସିସୋଡିଆ ପରାସ୍ତ ହୋଇଛନ୍ତି ।
କେଜ୍ରିୱାଲ ୪୦୮୯ ଖଣ୍ଡ ଭୋଟରେ ପରାଜିତ ହୋଇଥିବାବେଳେ ସିସୋଡିଆ ୬୭୫ ଭୋଟରେ ପରାଜିତ ହୋଇଛନ୍ତି ।
ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । କାଲକାଜି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ରମେଶ ବିଧୁରିଙ୍କୁ ୩୫୨୧ ଭୋଟରେ ପରାଜିତ କରିଛନ୍ତି ।
