
ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇ ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଶେଷରେ ଆପ୍ଦାରୁ ଦିଲ୍ଲୀ ମୁକ୍ତ ହେଲା ବୋଲି କହିଛନ୍ତି ।
ହରିୟାଣା ଲୋକଙ୍କ ଉପରେ ମିଛ ଅଭିଯୋଗ ଆଣି ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍ଦା ସରକାର । ମା ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ବିଜେପି ସରକାର ଲାଗିପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
୧ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଲେ ମୋଦି । ଦେଶକୁ ପଲିଟିକାଲ ଟ୍ରାନ୍ସଫର୍ମେଶନର ଆବଶ୍ୟକତା ଅଛି । ଦେଶର ଯୁବବର୍ଗ ରାଜନୀତିକୁ ଆସିଲେ ଦେଶର ଭବିଷ୍ୟତ ବଦଳିବ ବୋଲି ମୋଦି କହିଛନ୍ତି ।
କଂଗ୍ରେସକୁ ବି ଧୋଇଲେ ପ୍ରଧାନମନ୍ତ୍ରୀ ମୋଦି । ପୁଣିଥରେ ଖାତା ଖୋଲିବାରେ କଂଗ୍ରେସ ବିଫଳ ହୋଇଛି । ୬ ଥର ଖାତା ଖୋଲିପାରିନି କଂଗ୍ରେସ । ଯେଉଁମାନେ କଂଗ୍ରେସର ହାତ ଧରିଛନ୍ତି ସେମାନେ ଧ୍ୱଂସ ହେଉଛନ୍ତି କାରଣ ଏହା ସ୍ୱାଧୀନତା ପୂର୍ବରୁ ଏବଂ ୧୯୪୭ ପରେ କିଛି ବର୍ଷ ପରେ ସମାନ କଂଗ୍ରେସ ନୁହେଁ ।
ଦୁର୍ନୀତି ଓ ଦୁର୍ନୀତି ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ଏବେ ଆଗକୁ ବଢ଼ିପାରିବ- ସବକା ସାଥ, ସବକା ବିକାଶ ଓ ପୁରୀ ଦିଲ୍ଲୀକା ବିକାଶ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।
