
ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ । ଏହାର ପ୍ରକୃତି ବଦଳିଯାଏ ଏବଂ ନୂତନ ପ୍ରକାର ନିଯୁକ୍ତି ସୃଷ୍ଟି ହୁଏ ।
AI ରୋଜଗାର ସହ ଜୀବନରେ ନୂଆ ନୂଆ କ୍ଷମତାର ବୃଦ୍ଧି କରିବ । ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମକୁ ଦକ୍ଷତା ଏବଂ ପୁନଃ ଦକ୍ଷତା ପ୍ରଦାନ କରିବା ପାଇଁ ନିବେଶ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
