
ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି । ସେ ଅଧିକାର ସରକାର ଦେବେ ଏବଂ ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ ।
