
ସୂଚନା ଯୋଗ୍ୟ ଚଳିତ ବର୍ଷ ୨୬, ୬୭୫ ବିଦ୍ୟାଳୟରୁ ୭୮୩୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୮ ଯାଏ ପରୀକ୍ଷା ହୋଇଥିଲା ।
ଦଶମ ବୋର୍ଡ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ମୋଟ ୨୩ ଲକ୍ଷ ୮୫ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ଲକ୍ଷ ୭୧ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୨୧ ହଜାର ୬୩୬ ଜଣ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମୋଟ ପାସ ହାର ଗତବର୍ଷ ତୁଳନାରେ ସାମାନ୍ୟତମ (୦.୦୬ ପ୍ରତିଶତ) ଅଧିକ ରହିଛି ।
ଚଳିତ ବର୍ଷ ତ୍ରିବେନ୍ଦ୍ରମ୍ ୯୯.୭୯ ପ୍ରତିଶତ ପାସ୍ ହାର ସହିତ ଦେଶର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାବେଳେ ବିଜୟୱାଡ଼ା ୯୯.୭୯ ପ୍ରତିଶତ ଓ ବେଙ୍ଗାଲୁରୁ ୯୮.୯୦ ପ୍ରତିଶତ ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭୁବନେଶ୍ୱର ଜୋନ୍ ଦ୍ୱାଦଶ ଭଳି ଦଶମ ବୋର୍ଡ ପରୀକ୍ଷାରେ ମଧ୍ୟ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ଅଧିକାର କରିପାରି ନାହିଁ । ଭୁବନେଶ୍ୱର ଜୋନ୍ ଦେଶରେ ୧୨ ନମ୍ବରରେ ରହିଛି ।
