
ବିଏମସି ଅରିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରୁଥିବା ଓଏଏସ ସଂଘ ଆଜି ଆନ୍ଦୋଳନରୁ ଓହରିଛି ।
ଗୁରୁବାର ରାତିରେ ଘଟଣାର ସେମାନେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହୁଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିବା ପରେ ସଂଘ ଆନ୍ଦୋଳନରୁ ହଟିଥିବା ସୂଚନା ଦିଆଯାଇଛି ।
ପୂର୍ବରୁ ଜଗନ୍ନାଥଙ୍କୁ ଗିରଫ ନ କଲା ଯାଏଁ ଓଏଏସ ସଂଘ ସମୂହ ଛୁଟିରେ ରହିବେ ବୋଲି ସଫା ସଫା ଶୁଣାଇଦେଇଥିଲେ ।
