sulagna speaks: ଗର୍ବିତ ନୁହେଁ ଲଜ୍ଜିତ

ଓଏଏସ୍ ଟପର୍ ବି ଲାଞ୍ଚ ନେବାରେ ଟପର୍ ହେବାକୁ ଆଗ୍ରହ ରଖନ୍ତି !
ଏକ ଜମିଜମା ଦାଖଲ ଖାରଜ ମାମଲାର ସମାଧାନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମ୍ବଲପୁର ଜିଲ୍ଲା ବାମରା ତହସିଲର ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ! ଉଲ୍ଲେଖଯୋଗ୍ୟ ଯେ ସେ ୨୦୧୯ ମସିହାରେ ଓଏଏସ୍ ଟପର ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଥିଲା ! ଆଜିର ଘଟଣା ପାଇଁ ତାଙ୍କ ଉପରେ ଯେଉଁ ନିନ୍ଦା ବର୍ଷଣ ହେବ, ସେହି କଳାଦାଗକୁ ଆଉ କଣ ସେ ଜୀବନବ୍ୟାପୀ ଲିଭାଇ ପାରିବେ ? ତମ ଶିକ୍ଷାକୁ ଧିକ। ଛି…..ଲଜ୍ଜ୍ୟା

ଆଉ ଏକ ଘଟଣା କ୍ରମରେ ନିମାପଡାରେ ଅନୈତିକ ସମ୍ପର୍କ ନେଇ ଘଟିଥିବା ଘଟଣାଟି  ଯଦି ସତ୍ୟ ହୋଇଥାଏ ଅତ୍ୟନ୍ତ ନିନ୍ଦନୀୟ।ଶିକ୍ଷକତା ପରି ଏକ ପ୍ରଫେସନରେ ଥାଇ ଏପରି ଘୃଣ୍ୟ କାର୍ଯ୍ୟ ସମାଜକୁ କଣ ବାର୍ତ୍ତା ଦଉଛି। ନୈତିକତାର ଅଭାବ। ଆମକୁ ଭଲ ଲୋକ ଅପେକ୍ଷା ବଡ଼ ଲୋକ ହେବାର ନିଶା ଲାଗିଛି।

ଆମେ ଆପଣଙ୍କୁ ନେଇ ଖୁସି ନୁହେଁ ଲଜ୍ଜିତ।

 

Leave a Reply

Your email address will not be published. Required fields are marked *