ବୈତରଣୀ ନଦୀରେ ବାରମ୍ବାର ବନ୍ୟାଜଳ ପ୍ରବେଶ ଯୋଗୁଁ ଏହାର ଶାଖା ନଦୀ କାଣୀରେ ଘାଇ ସୃଷ୍ଟି ହୋଇଛି। ଫଳରେ ଆଖପାଖର ବହୁ ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ପରିବାରଙ୍କ ସହ ଗୃହପାଳିତ ପଶୁଙ୍କ ଖାଦ୍ୟକୁ ନେଇ ମଧ୍ୟ ସମସ୍ୟା ଦେଖାଦେଇଛି।
ଏହି ବିପଦ ସମୟରେ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ଆଦି ଯୋଗାଣ ଜାରି ରହିଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୌତମ ରାୟଙ୍କ ମାନବିକ ସହାୟତାର ଏକ ଉଦାହରଣ ଦେଖିବାକୁ ମିଳିଛି।
ଯାଜପୁର ର ଜନ ନେତା ଗୌତମ ରାୟଙ୍କ ନିଜସ୍ୱ ପ୍ରଚେଷ୍ଟାରେ ତରପଦା ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ସ୍ଥାନରେ ଆବଶ୍ୟକ ପରିମାଣର ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ଦ୍ୱାରା ବନ୍ୟା ସମୟରେ ଗୃହପାଳିତ ପଶୁଙ୍କୁ ନେଇ ଚିନ୍ତିତ ଥିବା ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।
ଏହି ମାନବିକ ପ୍ରୟାସ ପାଇଁ ଗୌତମ ରାୟଙ୍କ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି। ବିପଦ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇ ପଶୁମାନଙ୍କ ପାଇଁ ଗୋଖାଦ୍ୟ ଯୋଗାଇଦେବା ତାଙ୍କର ସେବା ଓ ସମ୍ବେଦନଶୀଳତାର ପରିଚୟ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ତରପଦାର ସମିତି ସଭ୍ୟ ତାପସ ଯେନା, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ଦଶରଥପୁରର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ, ପୂର୍ବତନ ସମିତି ସଭ୍ୟ ତାପସ ଜେନା, ରାକେଶ କୁମାର ଦାସ,ସିଦ୍ଧାର୍ଥ ତ୍ରିପାଠୀ ଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ବନ୍ୟାର ଏହି ଦୁର୍ଦ୍ଦିନରେ ଗୌତମ ରାୟଙ୍କ ଏଭଳି ମାନବିକ ପଦକ୍ଷେପକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।
