ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତ୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର ।ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦ ପ୍ରତିଶତ ସରକାର ପ୍ରତିଶୃତି ଉପରେ କହୁଛନ୍ତି।
ସେହିପରି ନବୀନ ପଟ୍ଟନାୟକ ଆଉ ମଧ୍ଯ କହିଛନ୍ତି ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାରଥିବା ବେଳେ ବଜେଟରେ ଅଛି ୧୦ ହଜାର କୋଟି । ଓ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାର ମାଗଣା ବିଜୁଳି ବିଲକୁ ଲୋକେ ଜୁଲାଇରୁ ଅପେକ୍ଷାରେ ଅଛନ୍ତି । ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଦଳ ଜିତିଛନ୍ତି।
ସେହିପରି ପେନସନ କଥା କହିଛନ୍ତି ନବୀନ ପଟ୍ଟନାୟକ ।ସେ କହିଛନ୍ତି-ନୂଆ ସରକାରଙ୍କ ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

