Oplus_131072

ପାଟନା: ବିହାରରେ ପଛୁଆ ବର୍ଗ ଲାଗି ୬୫ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ। ୬୫ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରିଥିବା ପାଟନା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲାଗି ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ହାର ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧିକରିବା ଲାଗି ବିହାର ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ପାଟନା ହାଇକୋର୍ଟ ରଦ୍ଦ କରିଥିଲେ। ପ୍ରତିବାଦରେ ସୁପ୍ରିମକୋର୍ଟ ଯାଇଥିଲେ ବିହାର ସରକାର। ଗତ ଜୁନ ୨୦ରେ ବିହାର ବିଧାନସଭାରେ ଅନୁମୋଦିତ ପ୍ରସ୍ତାବକୁ ରଦ୍ଦ କରିଥିଲେ ପାଟନା ହାଇକୋର୍ଟ।

ରାଜ୍ୟରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ଲାଗି ୨୦୨୩ରେ ବିଧାନସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା। ସମ୍ବିଧାନର ଧାରା ୧୪, ୧୫ ଓ ୧୬କୁ ବିହାର ସରକାରଙ୍କ ନିଷ୍ପତ୍ତି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ଜୁଲାଇ ୨ରେ ସୁପ୍ରିମକୋର୍ଟ ଯାଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏସସିଙ୍କ ଲାଗି ୨୦, ଏସଟିଙ୍କ ଲାଗି ୨, ଓବିସିଙ୍କ ଲାଗି ୪୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା। ସର୍ବମୋଟ ୫୦ ପ୍ରତିଶତ ସଂରକ୍ଷଣ ଲାଗି ସୁପ୍ରିମକୋର୍ଟଙ୍କ ସିଲିଂ ରହିଥିବାବେଳେ ରାଜ୍ୟରେ ସୀମା ଲଙ୍ଘନ କରିଥିଲା ସଂରକ୍ଷଣ।

Leave a Reply

Your email address will not be published. Required fields are marked *