ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ପହଲଗାମ୍‌ ଆକ୍ରମଣ ଘଟଣା ପରେ ଆକ୍ସନରେ କେନ୍ଦ୍ର ସରକାର । ସୋମବାର ବସିଥିବା ଗୃହ ମନ୍ତ୍ରାଳୟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ମକ୍‌ଡ୍ରିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ ମେ’ ୨୦୨୫ରେ ରାଜ୍ୟଗୁଡ଼ିକ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ମକ୍ ଡ୍ରିଲ୍ ଆୟୋଜନ କରିବେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଏଭଳି ସଙ୍କଟ ମୁକାବିଲା ପାଇଁ ପ୍ରସ୍ତୁତ କରାଇବା।

ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି । ତେଣୁ ଡ଼ିଶାର ୧୨ଟି ଜାଗା ରହିଛି ମକ୍‌ଡ୍ରିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ ମକ୍‌ଡ୍ରିଲ୍‌ ହେବାକୁ ଥିବା ସ୍ଥାନ ଗୁଡିକ ହେଉଛି- ତାଳଚେର, ଢେଙ୍କାନାଳ, ଜଗତସିଂହପୁର, ହୀରାକୁଦ, ଭୁବନେଶ୍ୱର, ରାଉରକେଲା, ଭଦ୍ରକ, କୋରାପୁଟ, ବାଲେଶ୍ୱର, ଗୋପାଳପୁର, କେନ୍ଦ୍ରାପଡ଼ା,ପୁରୀ ମକ୍‌ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧ ବେଳେ ନାଗରିକମାନେ କିପରି ଆତ୍ମରକ୍ଷା କରିବେ ସେନେଇ ତାଲିମ ଦିଆଯିବ ।

One thought on “ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍”
  1. ଏହି ପ୍ରସଙ୍ଗ ଓଡ଼ିଶାର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରୁଛି । ମକ୍‌ଡ୍ରିଲ୍‌ ପାଇଁ ୧୨ଟି ସ୍ଥାନ ଚିହ୍ନଟ କରାଯାଇଛି, ଯାହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଯୁଦ୍ଧ ସମୟରେ ନାଗରିକମାନଙ୍କୁ ଆତ୍ମରକ୍ଷା ପାଇଁ ତାଲିମ ଦେବା ଏକ ଉତ୍ତମ ଆଭିମୁଖ୍ୟ । ମୁଁ ଭାବୁଛି ଏହା ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକ ଆବଶ୍ୟକ ପଦକ୍ଷେପ । କିନ୍ତୁ ଏହି ତାଲିମ କେତେ ପ୍ରଭାବଶାଳୀ ହେବ ତାହା ନେଇ ମନେ ସନ୍ଦେହ ରହିଛି । ଏହି ତାଲିମର ବିବରଣୀ କ’ଣ ହେବ ଏବଂ ଏଥିରେ କେଉଁ ପ୍ରକାରର ଶିକ୍ଷା ଦିଆଯିବ? ଆପଣଙ୍କର ମତାମତ କ’ଣ?

Leave a Reply

Your email address will not be published. Required fields are marked *