
ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୩ ତାରିଖରୁ ୨୧ ତାରିଖ ଯାଏଁ ଚାଲିବ । ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ ତାରିଖରୁ ଏପ୍ରିଲ୍ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ଫେବୃଆରୀ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ମାର୍ଚ୍ଚ ୨୯ ରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ ।
