ଭୁବନେଶ୍ୱର: ଯାଜପୁର ର ବନ୍ୟା ପରିସ୍ଥିତି, ଚାଷୀଙ୍କ ସମସ୍ୟା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ଗୌତମ ରାୟ।
ବିଶେଷକରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଚାଷୀଙ୍କ ଫସଲ ଓ ଅନ୍ୟାନ୍ୟ କ୍ଷୟକ୍ଷତି ସହ ଆବଶ୍ୟକ ସରକାରୀ ସହାୟତା ସମ୍ପର୍କରେ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏଥିସହ ଯାଜପୁର ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲାର ବିକାଶ ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶ୍ରୀ ରାୟଙ୍କ ଉପସ୍ଥାପିତ ସମସ୍ତ ବିଷୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସହୃଦୟତାର ସହ ଶୁଣିବା ସହ ଲୋକଙ୍କ ସମସ୍ୟାର ସମାଧାନ ଓ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

