
ଏହା ସହ ସୁଭଦ୍ରା ଯୋଜନାକୁ ନେଇ ଟାର୍ଗେଟ ପ୍ରମିଳା ମଲ୍ଲିକ କହିଛନ୍ତି ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା। କେମିତି ପୁରୁଷଙ୍କ ଖାତାକୁ ଗଲା ଟଙ୍କା ? ୧୫୭ ଜଣ ନୁହେଁ ୫ ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହା କହିଛନ୍ତି ତାହା ସତ ନୁହେଁ ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା ।
ସେ କହିଛନ୍ତି ସୁଭଦ୍ରା ଯୋଜନାରେ କେମିତି ଏ ଭୁଲ ହେଲା ? ଲୋକ କଣ ବୋକା ଅଛନ୍ତି କି ? ସେମାନେ କେମିତି ଆବେଦନ କଲେ? ଆଧାର ଲିଙ୍କ ଜରିଆରେ ହିତାଧିକାରୀଙ୍କୁ ସିଧା ଟଙ୍କା ଯାଉଥିବା ଦାବି କରାଯାଉଛି ତେବେ କେମିତି ଓ କେଉଁ ପରିସ୍ଥିତିରେ ପରୁଷମାନଙ୍କୁ ସୁଭଦ୍ରା ଟଙ୍କା ମିଳିଲା ।
ସୂଚନା ଯୋଗ୍ୟ; ଆସନ୍ତା ଫେବୃଆରୀ ୧୩ ତାରିଖରୁ ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ତୃତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ପୂର୍ବରୁ ଗୃହର ସଦସ୍ୟମାନଙ୍କୁ ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହ ଭିତରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ତାଗିଦ କରିଛନ୍ତି ବାଚସ୍ପତି ।
