ଦଶରଥପୁର,: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶରଥପୁର ପଞ୍ଚାୟତ ସମିତି ସଭାଗୃହରେ ବନ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସରକାରଙ୍କ ଦ୍ୱାରା ନିୟୋଜିତ ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅନ୍ୱେଷା ରେଡ୍ଡି, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଉପଜିଲ୍ଲାପାଳ, ବିଡିଓ ଏବଂ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ସମ୍ଭାବ୍ୟ ବନ୍ୟା ସମୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା, ଆଶ୍ରୟସ୍ଥଳୀର ପ୍ରସ୍ତୁତି, ଶୁଦ୍ଧ ପାନୀୟ ଜଳ, ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସେବାର ଉପଲବ୍ଧତା ସୁନିଶ୍ଚିତ କରିବା ସହ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ବରିଷ୍ଠ ବିଜେପି ନେତା ଶ୍ରୀ ଗୌତମ ରାୟ ମଧ୍ୟ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *