
ଚଳିତ ବର୍ଷ ସେସନ-୧ ରେ ପ୍ରାୟ ୧୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି । ତେବେ ଏହି ୧୪ ଜଣଙ୍କ ମଧ୍ୟରେ ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ନାହାନ୍ତି ।
ଏହାକୁ ବାଦ୍ ଦେଇ ୨୪ ଆଶାୟୀ ୯୯ରୁ ୧୦୦ ପ୍ରତିଶତ ସ୍କୋର କରିଛନ୍ତି ଏବଂ ୩ ଆଶାୟୀ ୯୮ରୁ ୯୯ ପ୍ରତିଶତ ସ୍କୋର କରିଛନ୍ତି । ସେହିପରି ଜଣେ ଲେଖାଏଁ ପରୀକ୍ଷାର୍ଥୀ ୯୬, ୯୫, ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଓଡ଼ିଶାର ନବନୀତ ପ୍ରିୟଦର୍ଶୀଙ୍କୁ ୨୬ ରାଙ୍କ୍ ମିଳିଛି ।
