
ଏଠାରେ କର୍କଟ ରୋଗୀଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ହୋମ୍ କେୟାର ସୁବିଧା ଏବଂ ଏକ ଗବେଷଣା ଓ ଶିକ୍ଷା କେନ୍ଦ୍ର ରହିଛି । କ୍ୟାନସର ରୋଗରେ ପୀଡ଼ିତ ରୋଗୀମାନେ ଏଠାରେ ମାଗଣାରେ ପାଲିଏଟିଭ ସେବା ପାଇପାରିବେ ।
ଶିଳ୍ପପତି ସୁବ୍ରତ ବାଗଚି ଏବଂ ତାଙ୍କର ଧର୍ମପତ୍ନୀ ସୁସ୍ମିତା ବାଗଚିଙ୍କ ଏହି ପ୍ରୟାସକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଜଣାଇଛନ୍ତି ।
