
କମ୍ ଦରମା ଥିଲେ, କଣ୍ଟ୍ରାଚୁଆଲ ସରକାରୀ ଚାକିରି କରିଥିଲେ କିମ୍ବା କଣ୍ଟ୍ରାଚୁଆଲ ଚାକିରି କରି ୧୦ରୁ ୧୨ ହଜାର ପାଉଥିଲେ ରାସନ କାର୍ଡ କଟିବନି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
କୃଷ୍ଣ ଚନ୍ଦ୍ର ପାତ୍ର ପୁଣି କହିଛନ୍ତି ଯେ ସ୍ଵଳ୍ପ ବେତନ ଭୋଗୀ, ଯେଉଁମାନେ କମ୍ ଦରମା ପାଉଛନ୍ତି ଓ ଗ୍ରାମୀଣ ଅଞ୍ଚଳରେ ୧୦ ହଜାର ରୋଜଗାର ଅଛି ସେମାନେ କାର୍ଡ ଫେରାଇବେନି । କିନ୍ତୁ ଯାହାର ରୋଜଗାର ୧୫ ହଜାର ଉପରେ ଅଛି ସେମାନେ ରାସନ କାର୍ଡ ଫେରାଇବାକୁ ବାଧ୍ୟ ।
