ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଅପାର ସଫଳତା ମିଳିଥିବାବେଳେ ରାଜ୍ୟ ସରକାର ଆଜି ଏହାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ୨ ଦିନିଆ ସମ୍ମିଳନୀ ଆଜି ଶେଷ ହେଉଥିଲେ ମଧ୍ୟ ଆସନ୍ତାକାଲି ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶନୀ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଚଳିତ ମାସ ୩୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି