
ଏହା ସହିତ ମନ୍ତ୍ରୀ ରବି ନାଏକ କହିଛନ୍ତି ଯୋଗ୍ୟତାର ମାନ କୋହଳ କରାଯାଇଛି କହିଲେ ବିଭାଗୀୟ ମନ୍ତ୍ରୀ । ସେ ଆଉ ମଧ୍ୟ କହିଛନ୍ତି ସର୍ଭେରୁ ଜଣାପଡିଛି ତାଲିକାରେ ପ୍ରକୃତ ଗରିବଙ୍କ ନାଁ ନାହିଁ। ଏଣିକି କେହିବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ।
ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ । ମାସିକ ୧୫ ହଜାରରୁ କମ୍ ଆୟ ପରିବାର ସାମିଲ ହୋଇପାରିବେ । ଏମିତିକି ବାପାଙ୍କ ଅଲଗା ହୋଇଥିବା ପୁଅଙ୍କୁ ଅଲଗା ଆବାସ ଯୋଜନା ମିଳିବ । ସେହିପରି କିପରି ‘ଆବାସ ପ୍ଲସ୍’ (AwaasPlus) ମୋବାଇଲ୍ ଆପ୍ ଜରିଆରେ ଆବେଦନ କରିହେବ । ଏହା ସହିତ ଅଫଲାଇନରେ ମଧ୍ୟ ଆବେଦନ କରିହେବ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୪-୬୭୧୭୭୭୭ରେ ଯୋଗାଯୋଗ କରିପାରିବେ ହିତାଧିକାରୀ ।
