

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର ଗସ୍ତ କରିଥିଲି । ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ କହିଥିଲି । ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି । ଏହାର ସୁଫଳ ଆଜି ମିଳିବାକୁ ଯାଉଛି । ଶିଳ୍ପାନୁଷ୍ଠାନର ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ସ୍ପଷ୍ଟ । କୋଇଲା, ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ଆହୁରି ବ୍ୟାପକ କରିବାକୁ ଉଦ୍ୟମ କରାଯାଇଛି । ମାନବ ସମ୍ବଳକୁ ବୃଦ୍ଧି ସହ ସେମିକଣ୍ଡକ୍ଟର, IT କ୍ଷେତ୍ରକୁ ସଶକ୍ତ କରାଯିବ । ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ । ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି । ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ । ପ୍ରଧାନମନ୍ତ୍ରୀଙ୍କ ନାରା `ଏହି ସମୟ, ପ୍ରକୃତ ସମୟ’କୁ ପାଥେୟ କରି ଆଗକୁ ବଢ଼ିବ ।

