Sulagna Speaks: ନୂତନ ଶିକ୍ଷା ପ୍ରଣାଳୀ, ଅର୍ଥାତ National Education Policy (NEP) 2020 ଅନୁଯାୟୀ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି — ବୁଝିବା, ଚିନ୍ତନ କରିବା ଓ ଅନୁସନ୍ଧାନ କରିବା।
ବର୍ତ୍ତମାନ ବିଜ୍ଞାନ ବହିର ନାମ (ଶ୍ରେଣୀ 6–8) “ଜିଜ୍ଞାସା” ଏବଂ (ଶ୍ରେଣୀ 9–10) “Exploration” ରଖାଯାଇଛି। ଏହା ସ୍ପଷ୍ଟ କରେ ଯେ ଶିକ୍ଷାର ଦିଗ ଉତ୍ସୁକତା ଓ ଧାରଣା ଉପରେ କେନ୍ଦ୍ରିତ ହୋଇଛି।
କେବଳ ଗଣିତ ବହିର ଶେଷର ପ୍ରଶ୍ନମାନଙ୍କୁ ସମାଧାନ କଲେ ପିଲା ଭଲଭାବେ ବୁଝିପାରିବ ନାହିଁ। ବହିର ପ୍ରତ୍ୟେକ ଲାଇନର ଗୁରୁତ୍ୱ ଅଛି।
ସେଥିପାଇଁ ପ୍ରତ୍ୟେକ ବିଷୟର ଶେଷରେ ପ୍ରଶ୍ନ କମ୍ କରାଯାଇଛି ଓ ବୁଝିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଧାରଣା ସ୍ପଷ୍ଟ ହେବା ଅତ୍ୟାବଶ୍ୟକ।
ବିଜ୍ଞାନ ଓ ସାମାଜିକ ବିଷୟର ପ୍ରଶ୍ନମାନେ ମଧ୍ୟ ଏବେ ଭିନ୍ନ ଧରଣର ହୋଇଛି।
ପିଲା ଯଦି କେବଳ ବହିର ଉତ୍ତରକୁ ଘୋଷେ ମନେରଖେ, ତେବେ ଭବିଷ୍ୟତରେ ସେ ଅସୁବିଧାରେ ପଡ଼ିବ।
ଏଣୁ ଆମେ ଯେପରି ପଢ଼ୁଥିଲୁ ସେହି ପୁରୁଣା ପ୍ରଣାଳୀକୁ ଯଦି ଆମେ ଅନୁସରଣ କରିବା, ତେବେ ପିଲା ଆଗକୁ ଭଲଭାବେ ବଢ଼ି ପାରିବ ନାହିଁ।
ଅନୁରୋଧ:
• ପିଲାଙ୍କୁ କେବଳ ମନେରଖିବାକୁ ନୁହେଁ, ବୁଝିବାକୁ କୁହନ୍ତୁ
• “କାହିଁକି” ଓ “କେମିତି” ପଚାରିବାକୁ ଉତ୍ସାହିତ କରନ୍ତୁ
• ଦୈନନ୍ଦିନ ଜୀବନ ସହ ଶିକ୍ଷାକୁ ଯୋଡ଼ନ୍ତୁ
• ପିଲାଙ୍କ ଉତ୍ସୁକତା ଓ ଚେଷ୍ଟାକୁ ସମ୍ମାନ କରନ୍ତୁ
ଏପରି କଲେ ପିଲାଙ୍କୁ ଏକ ସୁନ୍ଦର ଓ ସଫଳ ଭବିଷ୍ୟତ ଦେଇପାରିବା।
