
୩ଦିନ ଧରି ଆୟକର ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର ବାବଦରେ ତଦନ୍ତ କରୁଛନ୍ତି । ବ୍ରଜ ଦାସ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ କାଲି ରେଡ୍ ହୋଇଥିଲା। ପୂର୍ବରୁ ୪୪ଟି ସ୍ଥାନରେ ଆୟକର ବିଭାଗ ଏକାକାଳୀନ ଭାବେ ଚଢାଉ କରିଥିଲା । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ; ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଶୁକ୍ରବାର ଦିନ ଆୟକର ବିଭାଗ ପକ୍ଷରୁ ବ୍ରଜ ଦାସଙ୍କ ଘରେ ରେଡ୍ ହୋଇଥିଲା । ବ୍ରଜ ଦାସଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗର ଟିମ୍ ।
