Oplus_131072

ପୁରସ୍କାର ମିଳିଛି।
ସେହିଭଳି କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀ ଗଡ଼ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି। ସେ ସୂକ୍ଷ୍ମକଳାରେ ବିକେ କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୟୁନିଭେର୍ସିଟି କଲେଜ ଅଫ ଲଣ୍ଡନର ସ୍ଲାଡେ ସ୍କୁଲ ଅଫ୍‌ ଫାଇନ ଆର୍ଟରେ ଉଚ୍ଚତର ଶିକ୍ଷାଲାଭ କରି କଳା ଓ ଭାସ୍କର‌୍ୟ୍ୟରେ ମନୋନିବେଶ କରିଥିଲେ। ସେ ନୂଆଦିଲ୍ଲୀର ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଦେଶ ବିଦେଶରେ ସେ ଅନେକ ପଥର ମୂର୍ତ୍ତିରେ ନିଜର କଳାନୈପୂଣ୍ୟର ନିଦର୍ଶନ ଦେଖାଇଛନ୍ତି। ସେ ଏବେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ନ ଆର୍ଟର ମହାନିର୍ଦେଶକ ଭାବେ କାର‌୍ୟ୍ୟରତ। ୧୯୬୩ ଏପ୍ରିଲ ୨୪ ତାରିଖରେ ଢେଙ୍କାନାଳ ଜିଲା ଯୋରନ୍ଦା ନିକଟବର୍ତ୍ତୀ ନେଉଳପୋଇ ଗ୍ରାମର ରାଧାମୋହନ ଗଡ଼ନାୟକ ଓ ଆଦର ଗଡ଼ନାୟକଙ୍କ କୋଳମଣ୍ଡନ କରିଥିଲେ। ଏହି ଖବର ପାଇବା ପରେ ଗାଁରେ ଉତ୍ସବର ପରବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *