Skip to content

ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଗତକାଲି ଏକ ଦଳିୟ ବିଜ୍ଞପ୍ତି ଜାରି କରି ବିଜେଡି ନେଇଛି ବଡ ନିଷ୍ପତି । ବିଜ୍ଞପ୍ତି ଅନୁଯାୟୀ ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ସେଗୁଡିକ ହେଲା ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ ଏବଂ ପ୍ରବାସୀ ସେଲ ରହିଛି। ସାଂଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଂଗଠନକୁ ଭଙ୍ଗ କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।