ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିନ । ଏହି ଅବସରରେ ଆଜି ସକାଳୁ ହିଁ ତାଙ୍କ ନିକଟକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଜାତୀୟ ଶିକ୍ଷା ନୀତିକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଶଂସନୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ପିଏମ୍ ମୋଦି । ଦେଶର ବହୁ ପ୍ରମୁଖ ନେତା ତାଙ୍କୁ ଜଣାଇଛନ୍ତି ଜନ୍ମଦିନର ଅଭିନନ୍ଦନ । ଏପଟେ ଓଡ଼ିଶାର ଗାଁଠୁ ସହର ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ଓ ସମର୍ଥକମାନେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିନକୁ ପାଳନ କରୁଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ୫୭ ତମ ଜନ୍ମଦିନ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ସ୍ବତନ୍ତ୍ର ଚିଠି ଲେଖି ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସନୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ପିଏମ୍ ମୋଦି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ଧର୍ମେନ୍ଦ୍ରଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ୟୁପି CM ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତୃବୃନ୍ଦ, ବିଭିନ୍ନ ସଂଗଠନ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଶା ଦେବାରେ ଧର୍ମେନ୍ଦ୍ରଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ସମସ୍ତେ ।
ଏହି ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ ଜନତା ପାର୍ଟି ଯାଜପୁର ର ବରିଷ୍ଠ ନେତା ଗୌତମ ରାୟ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଅପାର କୃପାରୁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱ, ଦୃଢ଼ ସଂକଳ୍ପ ଓ ନିଷ୍ଠା ମାଧ୍ୟମରେ ଭାରତର ଶିକ୍ଷା ବ୍ୟବସ୍ଥା ଅଧିକ ସମୃଦ୍ଧ ହେଉ ଏବଂ ସମଗ୍ର ଓଡ଼ିଶାର ଗୌରବ ଜାତୀୟ ଓ ବିଶ୍ୱସ୍ତରରେ ଆହୁରି ଉଜ୍ଜ୍ୱଳ ହେଉ ବୋଲି ଶ୍ରୀ ରାୟ ତାଙ୍କର ସାମାଜିକ ଗଣମାଧ୍ୟମ X ରେ ପୋଷ୍ଟ କରିଛନ୍ତି।
