

ଭାରତ ଆଜି ଦ୍ରୁତ ଗତିରେ ଅଗ୍ରସର ହେଉଛି । ଖୁବ ଶୀଘ୍ର ଦେଶ ୫ ଟ୍ରିଲିଅନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ । ଇନୋଭେଟିଭ ସର୍ଭିସ ସେଣ୍ଟର, ଉଚ୍ଚ ମାନର ଉତ୍ପାଦନ ପ୍ରମୁଖ । ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି । ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ । ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି । ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା । ବର୍ତ୍ତମାନ AIର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ । ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ବ କରୁଛି । ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନଥିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡିଶାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ଚାଲିଛି । ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି । ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି MSMEକୁ ସପୋର୍ଟ କରନ୍ତୁ । ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ । ଏଠାରେ ଆଧୁନିକ ଇକୋ ସିଷ୍ଟମ ପାଇଁ ଆହ୍ବାନ କରୁଛି । ଏହା ଦ୍ବାରା ଓଡ଼ିଶାର ଯୁବ ପିଢ଼ି ନିଯୁକ୍ତି ପାଇବେ । ଓଡ଼ିଶା ସଶକ୍ତ ହେବ ଓ ସମୃଦ୍ଧ ହୋଇପାରିବ । G-20ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲୁ । ଓଡ଼ିଶାରେ ୫ ଶହ କିମିର ସମୁଦ୍ର ବେଳାଭୂମି ରହିଛି । ସବୁ ରାଜ୍ୟମାନଙ୍କୁ ମୁଁ ଶିଳ୍ପପତିଙ୍କ ସକାଶେ ଭିତ୍ତିଭୂମି ଦେବାକୁ ଚାହୁଁଛି ।

