କରଞ୍ଜିଆ: ଭାରତୀୟ ଜନତା ପାର୍ଟି, ପଶ୍ଚିମ ମୟୂରଭଞ୍ଜ ସାଂଗଠନିକ ଜିଲ୍ଲା ଆନୁକୂଲ୍ୟରେ କରଞ୍ଜିଆଠାରେ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାରେ ଯାଜପୁର ର ବରିଷ୍ଠ ବିଜେପି ନେତା ତଥା ବାଲେଶ୍ବର ସାଂଗଠନିକ ଜିଲ୍ଲା ପ୍ରଭାରୀ ଶ୍ରୀ ଗୌତମ ରାୟ ଯୋଗଦେଇଥିଲେ।

ଏହି ପଦଯାତ୍ରାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୟୂରଭଞ୍ଜ ସାଂସଦ ଶ୍ରୀ ନବ କିଶୋର ମାଝୀ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମଚରଣ ହାଇବ୍ରୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଳେନ ନାୟକ, ଜିଲ୍ଲା ସଭାପତି ଶ୍ରୀ ଜୁରିଲାଲ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଞ୍ଜୀବ ମହାନ୍ତି, ଏସ୍.ଟି. ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଶ୍ରୀମତୀ ମୈଥିଲୀ ଟୁଡୁ, ଜିଲ୍ଲା ନେତା ଶ୍ରୀ ନବ କିଶୋର ପଣ୍ଡା ଓ ଶ୍ରୀ ଅଜୟ ନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ଅଧିକାରର ସୁରକ୍ଷା ଏବଂ ଅରାଜକତା ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବାର ଆହ୍ୱାନ ଦେଇ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *