Oplus_131072

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଯାଜପୁର ଜିଲ୍ଲାର ଟପ୍ପର ହୋଇଛନ୍ତି ନାରାୟଣ ଚନ୍ଦ୍ର ପଣ୍ଡା।ସେ ହେଉଛନ୍ତି ଦଶରଥପୁର ବ୍ଲକ ଅନ୍ତର୍ଗତ କଟିକଟା ପଞ୍ଚାୟତ ପରିଡ଼ା ସାହିର ସୁବାସ ଚନ୍ଦ୍ର ପଣ୍ଡାଙ୍କ ପୁତ୍ର।ସେ ଯାଜପୁର ସ୍ଥିତ ଏନ୍ ସି କଲେଜର ଛାତ୍ର।+୨ ବିଜ୍ଞାନ ପରୀକ୍ଷାରେ ସେ ୬୦୦ ମାର୍କ ରୁ ୫୯୦ ନମ୍ବର ରଖି ଏହି କୃତିତ୍ବ ହାସଲ କରି ଜିଲ୍ଲାର ଟପ୍ପର ହୋଇଛନ୍ତି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ନାରାୟଣଙ୍କ ଘରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ତାଙ୍କର ସଫଳତା ପାଇଁ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ସୁବାସ ଚନ୍ଦ୍ର ମହାନ୍ତି, ପ୍ରତାପ ଚନ୍ଦ୍ର ଜେନା, ଶ୍ରୀନିବାସ ପରିଡ଼ା,ବିବେକ ପରିଡ଼ା ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *