
ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ନୂତନ ରାଜ୍ୟପାଳ ଡାକ୍ତର ହରି ବାବୁ କମ୍ଭମପତି ପ୍ରଥମ ଥର ପାଇଁ ଓଡ଼ିଶାରେ ଧ୍ୱଜାବତରଣ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏଥର ପରେଡରେ ନେତୃତ୍ୱ ନେଉଛନ୍ତି ଯୁବ ଆଇପିଏସ ଅଫିସର୍ ଭୋସଲେ ଶୁଭମ ସଞ୍ଜୟ ।
ଅନ୍ୟପଟେ ସାଧାରଣ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶକଙ୍କ ପାଇଁ ୭ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ରେଳଷ୍ଟେସନ ନିକଟ ବିଡିଏ ବସଷ୍ଟାଣ୍ଡ, ୨ ନଂ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ଏବଂ ରବିନ୍ଦ୍ର ମଣ୍ଡପ ଭିତରେ ବାଇକ୍ ଓ କାର୍ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ସେହିପରି କଂଗ୍ରେସ ଭବନ, ଜୟଦେବ ଭବନ, ୩ ନଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନା ଓ ଇଡକଲ ଅଡିଟୋରିୟମର ଖୋଲା ଜାଗାରେ ମଧ୍ୟ ଗାଡ଼ି ରଖିବାର ସୁବିଧା ରହିଛି ।
